ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି ଦୁଇଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲିଥିଲା । ହୀରାକୁଦକୁ ପ୍ରବଳ ମାତ୍ରାରେ ପାଣି ପ୍ରବେଶ କରୁଛି । ଜଳସ୍ତର ବଢୁଥିବାରୁ ହୀରାକୁଦର ଆହୁରି ଗେଟ୍ ଖୋଲାଯିବାର ଆଶଙ୍କା ସୃଷ୍ଟି ହୋଇଛି । ୨୦.୪୧ଫୁଟରେ ପହଞ୍ଚିଲା ହୀରାକୁଦ ଜଳ । ବର୍ତ୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର ଘନଫୁଟ ବନ୍ୟାଜଳ । ଅନ୍ୟପଟେ ଲକ୍ଷେ ୭୦ ହଜାର ୨୮୦ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରରୁ ନିସ୍କାସିତ ହେଉଛି । ହୀରାକୁଦରୁ ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୭ଟି ଏବଂ ଡାହାଣ ପଟୁ ୫ଟି ଗେଟ୍ ଖୋଲାଅଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା