ଦେଶରେ ସାଇବର କ୍ରାଇମ ବଢୁଥିବା ବେଳେ 5G ନାମରେ ବି ଚାଲିଛି ଫ୍ରଡ । ଲୋକଙ୍କ ନିକଟରେ 5Gନାମରେ ବିଭିନ୍ନ ଲିଙ୍କ ଓ କଲ୍ ପହଞ୍ଚିବା ସହ ସେମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଛି । ଅଜଣା ବ୍ୟକ୍ତିଙ୍କ ଠାରୁ ଆସୁଥିବା ଫୋନ କଲକୁ ବ୍ଲକ କରିବାର ଅବଶ୍ୟକତା ରହିଛି । କଲ୍ ଗୁଡିକୁ ଗ୍ରହଣ କରି ସେହି ଅନୁସାରେ ପଦକ୍ଷେପ ନେଲେ ଠକାମୀର ଶିକାର ହେବାର ଆଶଙ୍କା ରହିଛି । ଏହାକୁ ନେଇ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏନେଇ ଅଯଥା ଫୋନକଲ ଓ ସନ୍ଦିଗ୍ଦ ଲିଙ୍କକୁ କ୍ଳିକ୍ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କ ଫୋନକୁ ଆସୁଥିବା ସନ୍ଦିଗ୍ଧ ଫୋନକଲ ଗୁଡିକୁ ବ୍ଲକ କରିବା, ଅଜଣା ଓ ଏପରିକି ଜଣାଶୁଣା ଲୋକଙ୍କ ନିକଟରୁ ଆସୁଥିବା ଲିଙ୍କକୁ କ୍ଲିକ ନକରିବା ଲାଗି ପରାମର୍ଶ ଦିଆଯାଇଛି । 5G ସେବା କ୍ଷେତ୍ରରେ କୌଣସି ଟେଲିକମ କମ୍ପାନି ଓଟିପିର ଅବଶ୍ୟକତା କରି ନଥାନ୍ତି । ଆଡଭାନ୍ସଡ ବୁକିଂ ବା ସ୍ପେସାଲ ଅଫର ସଂକ୍ରାନ୍ତରେ ଯେଉଁ ଫୋନ କଲ୍ ବା ଲିଙ୍କ୍ ଆସିବ ତାହାକୁ ସ୍ପାମ କଲ୍ ଭାବେ ଅଗ୍ରାହ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା