August 23, 2025

U.S. President Donald Trump meets with members of the airline industry at the White House February 9, 2017 in Washington, DC.

ବଢୁଛି ଟ୍ରମ୍ପଙ୍କ ଅଡୁଆ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଢିଛି ଅଡୁଆ । ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ପଙ୍କ ଲାଗି ଏବେ ଅନେକ ଆଇନଗତ ସଙ୍କଟ ସୃଷ୍ଟି ହୋଇଛି । ଟ୍ରମ୍ପ କହିଛନ୍ତି- କ୍ଲାସିଫାଏଡ ଡକ୍ୟୁମେଣ୍ଟ ନେବା ପ୍ରସଙ୍ଗରେ ଦୁର୍ନୀତିଗ୍ରସ୍ତ ବାଇଡେନ ପ୍ରଶାସନ ପକ୍ଷରୁ ତାଙ୍କ ଆଟର୍ଣ୍ଣିଙ୍କୁ ସୂଚନା ଦିଆଯାଇଥିଲା । ଟ୍ରମ୍ପଙ୍କ ଆଟର୍ଣ୍ଣି ଜିମ୍ ଟ୍ରଷ୍ଟି କହିଛନ୍ତି ଟ୍ରମ୍ପଙ୍କ ନାମରେ ୭ଟି ଅଭିଯୋଗ ଦାୟର ହୋଇଛି । ତନ୍ମଧ୍ୟରେ ରହିଛି ଗୁଇନ୍ଦାଗିରି ଆଇନ ଉଲ୍ଲଂଘନ, ମିଥ୍ୟା ବିବୃତି ପ୍ରଦାନ, ଅନ୍ୟାୟ, ଷଡ଼ଯନ୍ତ୍ର ରଚନା ଇତ୍ୟାଦି । ଟ୍ରମ୍ପ କହିଛନ୍ତି ଆସନ୍ତା ମଙ୍ଗଳବାର ଦିନ ତାଙ୍କୁ ମିଆମିର ଏକ ଫେଡେରାଲ କୋର୍ଟ ହାଉସରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି କରାଯାଇଛି । କ୍ଲାସିଫାଏଡ ଡକ୍ୟୁମେଣ୍ଟ ମାମଲାରେ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ତାଙ୍କ ଓକିଲ । ପୂର୍ବରୁ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବି ଅଡୁଆର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ ।

SHARE BY