ବଢ଼ୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା । ଆଜି ସକାଳ ୬ଟାରୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୫୬ ହଜାର ୨୦୭ ଘନଫୁଟ ବନ୍ୟାଜଳ । ସେପଟେ ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୭ ଘନଫୁଟ ବନ୍ୟାଜଳ । ତେଣୁ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ ଖୋଲିବାର ସମ୍ଭାବନା ଥିବାରୁ ତଳିଆ ଜିଲ୍ଲାଙ୍କୁ ଆଲର୍ଟ କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ସେପଟେ କଟକ ମୁଣ୍ଡୁଳିରେ ଧୀରେ ଧୀରେ ଅତିକ୍ରମ କରୁଛି ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ । ମୁଣ୍ଡୁଳିରେ ଏବେ ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜରେ ୬୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉ ଥିବା ବେଳେ ଯୋବ୍ରାରେ ୧ ଲକ୍ଷ ୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ