The Topmost

“The eyes believe themselves, the ears believe other people.”

ବଢିଲା ବ୍ରିଜଭୂଷଣଙ୍କ ଅଡୁଆ

ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏବେ ପ୍ରଦର୍ଶନକାରୀମାନେ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ପାଖରେ ପହଂଚି ବ୍ରିଜଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ପିଟି ଉଷାଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ବ୍ରିଜଭୂଷଣଙ୍କ ନାମରେ ଯୌନଶୋଷଣ ଓ ଆର୍ଥକ ଅନିୟମିତତା ବାବଦରେ ଉଲ୍ଲେଖ ରହିଛି   । ଏହାସହ ବ୍ରିଜଭୂଷଣଙ୍କ ଇସ୍ତଫା ଓ ଯୌନଶୋଷଣ ମାମଲାରେ ଯାଂଚ କମିଟି ଗଠନ କରିବାକୁ ଦାବି କରାଯାଇଛି । ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସମେତ ଦେଶର ୩୦ଜଣ କୁସ୍ତିଯୁଦ୍ଧା ବୁଧବାର ଠାରୁ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଖେଳାଳୀମାନଙ୍କ ଅଭିଯୋଗ ରହିଛି କି ବ୍ରିଜ ଭୂଷଣ ମହିଳା ଖେଳାଳୀମାନଙ୍କୁ ଯୌନ ଶୋଷଣ କରୁଛନ୍ତି । ସେମାନଙ୍କୁ ମାନସିକ ଭାବେ ନିର୍ଯାତନା ଦିଆଯାଉଛି ।