ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ । କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଜାମିନ୍ ବିହୀନ ଗିରଫ ପରୱାନା ଧରି ଇମ୍ରାନଙ୍କ ଘରେ ପହଞ୍ଚିଥିଲା ଇସଲାମାବାଦ ପୋଲିସ । ତେବେ ଇମ୍ରାନ୍ ତାଙ୍କ ଘରେ ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଇମ୍ରାନ ଗିରଫଦାରିକୁ ଏଡାଇବା ପାଇଁ ଲାହୋଇ ହାଇକୋର୍ଟରେ ଆଶ୍ରୟ ନେଇଛନ୍ତି । ଫଳରେ ସେଠାରୁ ଖାଲି ହାତରେ ଫେରିଆସିଛି ପୋଲିସ । ଏହା ପରେ ଇମ୍ରାନ ସର୍ବସମ୍ମୁଖକୁ ଆସି କର୍ମୀଙ୍କୁ ସମ୍ବୋଧନ କରି ଦେଶର ସରକାର ଉପରେ ବର୍ଷିଛନ୍ତି । ଲାହୋରର ଜମାନା ପାର୍କରୁ ଦେଶବାସୀଙ୍କୁ ଇମ୍ରାନ ସମ୍ବୋଧନ କରୁଥିବା ବେଳେ ବାହାରେ ଗିରଫ କରିବା ପାଇଁ ପୁଲିସ ଜଗି ରହିଥିଲେ । ତେବେ ଗିରଫଦାରୀ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ