ଆଗକୁ ବଢିବ କି ପେଟ୍ରୋଲ ଓ ଡିଜେଲ ଦର । ତୈଳଦର ଉପରେ ପଡ଼ୁଛି ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୧.୬୮ ଡଲାର ରହିଛି । ଆଗକୁ ଏହି ଦର ଆହୁରି ବଢିପାରେ । ଫଳରେ ପେଟ୍ରୋଲ-ଡିଜେଲ ଦର ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦେଶରେ ଦୀର୍ଘଦିନ ଧରି ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ପଇସା ଥିବାବେଳେ, ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ