୬ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି । ଦିଲ୍ଲୀ କୋର୍ଟ ଆପ୍ ନେତା ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ଦିଲ୍ଲୀର ଅବକାରୀ ଦୁର୍ନୀତି ସହ ସମ୍ବନ୍ଧିତ ମାମଲାରେ ଗିରଫ ହୋଇଥିବା ମନିଷ ସିସୋଦିଆ ଗତକାଲି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ମନିଷ ସିସୋଦିଆଙ୍କ ସିବିଆଇ ରିମାଣ୍ଡକୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ପରବର୍ତ୍ତି ଶୁଣାଣି ହେବ । ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ କହିଥିଲା ଯେ ମନିଷ ସିସୋଦିଆ ତଦନ୍ତରେ ସହଯୋଗ କରୁନାହାନ୍ତି । ସିବିଆଇ ସିସୋଦିଆଙ୍କ ଆଉ ତିନିଦିନ କଷ୍ଟଡି ମାଗିଥିଲା । ହେଲେ କୋର୍ଟ କେବଳ ଦୁଇଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ