ବଢ଼ିଲା EPFO ସୁଧହାର । କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଉପରେ ସୁଧ ହାର ବୃଦ୍ଧି କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । EPFରେ ସୁଧ ହାର ବଢିବା ପରେ ପାଖାପାଖି ୬ କୋଟି ଲୋକ ଉପକୃତ ହେବେ । ଏମାନଙ୍କ ମଧ୍ୟରୁ ୭୨.୭୩ ଲକ୍ଷ ଲୋକ ଆର୍ଥିକ ବର୍ଷ ୨୨ରେ ପେନସନଭୋଗୀ । ଗତକାଲିଠୁ ଇପିଏଫଓର ଦୁଇ ଦିନିଆ ବୋର୍ଡ ମିଟିଂ ବସିଥିବା ବେଳେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ