ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ବଡ଼ଦିନ ପାଇଁ ଆସନ୍ତା ୨୫ ତାରିଖ ଓ ଜାନୁଆରୀ ପହିଲାରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ସୋମବାର ଦିନ ନନ୍ଦନକାନନ ବନ୍ଦ ରହିଥାଏ । କିନ୍ତୁ ନୂଆବର୍ଷ ଓ ବଡ଼ଦିନ ସୋମବାର ପଡୁଥିବାରୁ ସେହିଦିନ ଖୋଲା ରହିବ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭଦ ଉଦ୍ୟାନ । ତେବେ ମଙ୍ଗଳବାର ଦିନ ଡିସେମ୍ବର 26 ତାରିଖ ଓ ଜାନୁୟାରୀ 2 ତାରିଖ ଦିନ ନନ୍ଦନକାନନ, ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି କତୃପକ୍ଷ ସୂଚନା ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା