The Topmost

“The eyes believe themselves, the ears believe other people.”

ବଡ଼ ପରଦାରେ ‘ଫାଲଗୁନ ଚୈତ୍ର’

ବଡ଼ ପରଦାକୁ ଆସୁଛି ଓଡ଼ିଆ ସିନେମା ‘ଫାଲଗୁନ ଚୈତ୍ର’। ଏହା ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଏହି ସିନେମା ଓଡ଼ିଶା ବ୍ୟତୀତ ଅଷ୍ଟ୍ରେଲିଆ, ଜର୍ମାନୀ ଓ ମାଲେସିଆ ଆଦି ଦେଶରେ ବି ଏହା ରିଲିଜ୍ ହେଉଛି। ଏହା ଏକ ମୌଳିକ କାହାଣୀ ଉପରେ ଆଧାରିତ ସିନେମା ହୋଇଥିବାରୁ ଦର୍ଶକ ଏହାର ଅପେକ୍ଷାରେ ଥିବା କୁହାଯାଉଛି। ସିନେମାରେ ପାର୍ଥସାରଥୀ, ଅନନ୍ୟା, ବି.ଏମ୍ ବୈଶାଳୀ, ସୁକାନ୍ତ ରଥ, ଭାସ୍ବତୀ ବସୁ ଓ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଶକ୍ତି ଜଗଦେବ ଏହାର ନିର୍ମାତା। ପ୍ରଖ୍ୟାତ ଅଭିନେତା ବାବୁସାନ୍ ମହାନ୍ତି ଏହାର ସହ ପ୍ରଯୋଜକ ଓ ନିବେଦକ। ପିନାକୀ ସିଂହ ଓ ଶିଶିର କୁମାର ସାହୁ ‘ଫାଲଗୁନ ଚୈତ୍ର’ର ନିର୍ଦେଶନା ଦେଇଛନ୍ତି। ଡକ୍ଟର ସୁଲଗ୍ନା ମହାନ୍ତିଙ୍କ ରଚିତ କାହାଣୀ ଆଧାରରେ ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ। ଅଭିଷେକ-ଏଶାନ୍ କୌଶିକ ଏହାର ସଙ୍ଗୀତକାର। ସ୍ଥିତ ପଟ୍ଟନାୟକ ଓ ଜେପି ୱର୍ଡସ୍ମିଥ୍ ଏହି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି।