The Topmost

“The eyes believe themselves, the ears believe other people.”

Prime Minister Narendra Modi | PTI

ବଜେଟ୍‌କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଅମୃତ କାଳର ପ୍ରଥମ ବଜେଟ୍‌କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ‌ସେ କହିଛନ୍ତି, ଚଳିତ ବଜେଟ ବିକଶିତ ଭାରତର ଦୃଢ଼ ମୂଳଦୁଆ ପକାଇବ । ବଜେଟ୍‌ରେ ବଞ୍ଚିତ ଶ୍ରେଣୀଙ୍କୁ ଗୁରୁତ୍ବ ଦିଆଯାଇଛି । ଏହା ଆକାଂକ୍ଷୀ ସମାଜ, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ସ୍ବପ୍ନ ସାକାର କରିବ । ଏଭଳି ଏକ ଐତିହାସିକ ବଜେଟ୍‌ ପାଇଁ ମୁଁ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମ୍‌କୁ ଶୁଭେଚ୍ଛା‌ ଜଣାଉଛି । ପିଏମ ବିଶ୍ବକର୍ମା କୌଶଳ ସମ୍ମାନକୁ ପ୍ରଶଂସା କରି କହିଛନ୍ତି, ପ୍ରଥମ ଥର ପାଇଁ ‘ବିଶ୍ବକର୍ମା’ଙ୍କୁ ସମର୍ଥନ ଏବଂ ତାଲିମ ଦେବାପାଇଁ ନୂଆ ଯୋଜନା ଅଣାଯାଇଛି । ମହିଳାଙ୍କ ଜୀବନମାନରେ ଉନ୍ନତି ଆଣିବାପାଇଁ ସରକାର କରିଥିବା ଉଦ୍ୟମକୁ ଗୁରୁତ୍ବ ଦିଆଯାଇଛି । ସରକାର ଗ୍ରାମୀଣ ଏବଂ ସହରାଞ୍ଚଳରେ ମହିଳାମାନଙ୍କ ଜୀବନରେ ଉନ୍ନତି ଆଣିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି ।