ଝାଡଖଣ୍ଡରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ ବି ଏବେ ତାଙ୍କ ପାଇଁ ବହୁମତ ସାବ୍ୟସ୍ତ କରିବା ହେଉଛି ସବୁଠାରୁ ବଡ ସମସ୍ୟା । ଆସନ୍ତାକାଲି ଝାଡଖଣ୍ଡ ରାଜ୍ୟପାଳ ଚମ୍ପାଇ ସୋରେନଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି । ସେପଟେ ବିଧାୟକମାନଙ୍କୁ ଏକାଠି ରଖିବାକୁ ଜେଏମଏମ ତରଫରୁ ପ୍ରଥମେ ହାଇଦ୍ରାବାଦ ଓ ଏବେ ରାଞ୍ଚିକୁ ଅଣାଯାଇଛି । ସେପଟେ ଅସନ୍ତୁଷ୍ଟ ଥିବା ବିଧାୟକମାନେ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଭେଟିଛନ୍ତି । ଶିବୁ ସୋରେନଙ୍କ ସହ କଥା ହେବା ପରେ ସେମାନେ ଫ୍ଲୋର ଟେଷ୍ଟ ବେଳେ ସରକାରଙ୍କ ସମର୍ଥନରେ ଭୋଟ ଦେବାକୁ ସହମତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କିଛି ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ସେମାନେ ଦଳ ଛାଡିବା ନେଇ ମଧ୍ୟ ଚେତାବନୀ ଦେଇଥିଲେ । ଏସବୁ ଭିତରେ ଶିବୁ ସୋରେନ ସେମାନଙ୍କୁ ବୁଝାସୁଝା କରିଛନ୍ତି ।
“The eyes believe themselves, the ears believe other people.”
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ