ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ଶ୍ୱେତବର୍ଣ୍ଣ ବନ୍ଧୁକଧାରୀ ଏକ ଡଲାର ଜେନେରାଲ ଷ୍ଟୋରରେ ବ୍ୟକ୍ତି AR-15 ଷ୍ଟାଇଲ ରାଇଫଲ ବାହାର କରି ଅତର୍କିତ ଭାବେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ତିନି କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଛି । ମୃତ ବନ୍ଧୁକଧାରୀ ଶ୍ବେତବର୍ଣ୍ଣ ବ୍ୟକ୍ତି ଥିଲା ଏବଂ ସେ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେଣୁ କୃଷ୍ଣକାୟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଗୁଳିମାଡରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ ପୂର୍ବରୁ ଦୁର୍ବୃତ୍ତ ନିଜ ପରିବାର, ଗଣମାଧ୍ୟମ ଓ ପୋଲିସ ପାଇଁ ମାନିଫେଷ୍ଟୋ ଲେଖିଥିଲା । ଯେଉଁଥିରୁ କୃଷ୍ଣକାୟ ସମ୍ପ୍ରଦାୟଙ୍କ ପ୍ରତି ତା’ର ଘୃଣା ସମ୍ପର୍କରେ ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା