The Topmost

“The eyes believe themselves, the ears believe other people.”

ଫେବୃୟାରୀ ୨୦ରୁ ଆରମ୍ଭ ମାଟ୍ରିକ ପରୀକ୍ଷା  

ଚଳିତ ବର୍ଷ  ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  । ୨୦ରେ ସାହିତ୍ୟ ପରୀକ୍ଷା ରହିଥିବାବେଳେ ଫେବୃୟାରୀ ୨୩ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ ସଂସ୍କୃତ ଏବଂ ମାର୍ଚ୍ଚ ୨ରେ ବିଜ୍ଞାନଓ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ଦଶମ ବୋର୍ଡ ପରୀକ୍ଷା ନେଇ ପ୍ରେସମିଟ୍ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା ହୋଇଛି । ୫ଲକ୍ଷ ୫୧ହଜାର ୬୫୧ଜଣ ଫର୍ମ ଫିଲ୍-ଅପ୍ କରିଛନ୍ତି । ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ହୋଇଛି । ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ରହିବ ସିସିଟିଭି । ଓ୍ୱେବ ଟେଲିକାଷ୍ଟିଂ କରିବା ଯୋଜନା କରାଯାଉଛି । AI ଜରିଆରେ ପରିଚାଳନା ତ୍ରୁଟି ଜାଣିବାକୁ ବ୍ୟବସ୍ଥା । ଅନ୍ୟପଟେ ୬ମାର୍ଚ୍ଚରୁ ନବମ ପରୀକ୍ଷା ହେବ । ୬ମାର୍ଚ୍ଚରୁ ୧୫ମାର୍ଚ୍ଚ ଯାଏ ଚାଲିବ ନବମ ପରୀକ୍ଷା ବୋର୍ଡରୁ ସ୍କୁଲକୁ ଯିବନି ପ୍ରଶ୍ନପତ୍ର, ହାଇଟେକ୍ ହେବ । ନବମ ଶ୍ରେଣୀ ପ୍ରଶ୍ନ ଅନଲାଇନରେ ଦିଆଯିବ । ୨ଘଣ୍ଟା ପୂର୍ବରୁ ପ୍ରଶ୍ନ ଡାଉନଲୋଡ୍ କରିବେ ସମ୍ପୃକ୍ତ ସ୍କୁଲ । ଡାଉନଲୋଡ ପରେ ପ୍ରଶ୍ନପତ୍ର ପ୍ରିଣ୍ଟ କରି ଛାତ୍ରଛାତ୍ରୀଙ୍କୁ ଦେବେ ।