ସିବିଆଇରେ ହାଜର ହେବାଲାଗି ସମୟ ମାଗିଲେ ସିସୋଦିଆ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତରଫରୁ ଆଜି ହାଜର ହେବାକୁ ନୋଟିସ କରାଯାଇଥିଲା । ଏନେଇ ସିସୋଦିଆ ସିବିଆଇକୁ ସମୟ ମାଗିଛନ୍ତି । ସେ କହିଛନ୍ତି କି ଚଳିତମାସ ଦିଲ୍ଲୀ ସରକାର ବଜେଟ ଉପସ୍ଥାପନା କରିବାକୁ ଥିବାରୁ ସେ ଏହି କାମରେ ବ୍ୟସ୍ତ ଅଛନ୍ତି । ଏଣୁ ଫେବୃଆରୀ ମାସ ପରେ ସେ ସିବିଆଇରେ ହାଜର ହେବେ । ଏନେଇ ସେ ସିବିଆଇକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି ଫେବୃଆରୀ ମାସ ପରେ ଯେବେ ବି ସିବିଆଇ ନୋଟିସ କରିବ ସେତେବେଳେ ମୁଁ ତୁରନ୍ତ ସେଠାରେ ହାଜର ହୋଇଯିବି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ