The Topmost

“The eyes believe themselves, the ears believe other people.”

ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ !

ତାମିଲନାଡୁ ସରକାର ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗମ୍ଭୀର ଅଭିଯୋଗ । ସେ କହିଛନ୍ତି କି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ତାମିଲନାଡୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏକ ତାମିଲ ଖବର କାଗଜର ଖବରକୁ ଉଦ୍ଧୃତ କରି କହିଛନ୍ତି କି, ତାମିଲନାଡୁ ସରକାର କେବଳ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ନୁହେଁ ବରଂ ରାଜ୍ୟରେ ଥିବା ରାମ ମନ୍ଦିରଗୁଡିକରେ ପ୍ରାଣ ପ୍ରତିଷ୍ଠା ଦିନ ପୂଜା କରିବା ଉପରେ ରୋକ୍ ଲଗାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି, ହିନ୍ଦୁ ଧାର୍ମିକ ଓ ଧର୍ମାନୁଷ୍ଠାନ ବିଭାଗ ଦ୍ୱାରା ପରିଚାଳିତ ମନ୍ଦିରଗୁଡିକରେ ଶ୍ରୀରାମଙ୍କ ନାମରେ କୌଣସି ପୂଜା, ଭଜନ, ପ୍ରସାଦ ଅନ୍ନଦାନକୁ ମଧ୍ୟ ତାମିଲନାଡୁ ସରକାର ଅନୁମତି ଦେଇନାହାଁନ୍ତି । ପୋଲିସ ମଧ୍ୟ ଘରୋଇ ମନ୍ଦିରଗୁଡିକରେ କାର୍ଯ୍ୟକ୍ରମ କରିବା ଉପରେ ରୋକ ଲଗାଇଛି । ଏହାସହ ଯେଉଁ ମଣ୍ଡପରେ ଶ୍ରୀରାମଙ୍କ ପୂଜା କରିବାର ଦେଖିବାକୁ ମିଳିବ ତାହାକୁ ଭାଙ୍ଗିଦେବାକୁ ଆୟୋଜକଙ୍କୁ ଧମକ ଦିଆଯାଉଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ । ସେପଟେ ଅର୍ଥମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ପିକେ ଶେଖର ବାବୁ କହିଛନ୍ତି କି, ଏଭଳି କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି କି, ସଲେମ ଠାରେ ଚାଲିଥିବା ଡିଏମକେ ଯୁବଶାଖା ସମ୍ମିଳନୀରୁ ଲୋକମାନଙ୍କ ଧ୍ୟାନ ହଟାଇବାକୁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି ।