ବିଶ୍ବ ଉପରୁ ଟଳିଲା ବଡ ବିପଦ । ସ୍ଥଳଭାଗରେ ନୁହେଁ ଜଳ ଭାଗରେ ପଡିଲା ଚୀନର ଦିଗହରା ରକେଟ୍ । ପ୍ରଶାନ୍ତ ମହାସାଗରରେ ପ୍ରାୟ ୨୩ ଟନ ଓଜନର ରକେଟ କକ୍ଷଚ୍ୟୁତ ହେବା ପଡିଛି । ପୂର୍ବରୁ ଏହା କେଉଁଠାରେ ଖସିବ ସେନେଇ ସସପେନ୍ସ ରହିଥିଲା । କକ୍ଷଚ୍ୟୁତ ହୋଇ ଖସିପଡ଼ିବା କ୍ଷେତ୍ରରେ ଗତ ଦୁଇ ବର୍ଷ ମଧ୍ୟରେ ଚୀନର ଏହା ଥିଲା ଚତୁର୍ଥ ରକେଟ । ବାରମ୍ବାର ଏହି ଧରଣର ଦୁର୍ଘଟଣା ଘଟିବା ଯୋଗୁ ଚୀନକୁ ସମାଲୋଚନା କରିଥିଲା ଆମେରିକା । ଫ୍ରାନସର ମାର୍ସେଲି ବିମାନବନ୍ଦରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିଲା । ଚୀନର ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନରୁ ଲଙ୍ଗମାର୍ଚ୍ଚ 5B ରକେଟକୁ ଉତକ୍ଷେପଣ କରାଯାଇଥିଲା । ମହାକାଶରୁ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଜଳିଯାଇଥିଲା ଏବଂ ଖଣ୍ଡଖଣ୍ଡ ହୋଇ ପ୍ରଶାନ୍ତ ମହାସାଗରରେ ଖସିପଡିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ