The Topmost

“The eyes believe themselves, the ears believe other people.”

ପ୍ରଭୁ ଶ୍ରୀରାମଙ୍କୁ ନେଇ ଫାରୁଖ ଅବଦୁଲ୍ଲାଙ୍କ ବଡ଼ ବୟାନ

ପ୍ରଭୁ ଶ୍ରୀରାମଙ୍କୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ବଡ଼ ବୟାନ । ଅଖନୁରର ଏକ ରାଲିରେ ସେ କହିଛନ୍ତି, ପ୍ରଭୁ ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି, ସେ ପୂରା ବିଶ୍ୱର ଭଗବାନ । ସେଥିପାଇଁ ଧର୍ମକୁ ଆଧାର କରି ପ୍ରଭୁଙ୍କୁ ନବାଣ୍ଟିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି । ରାଲି ବେଳେ ସେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ମନ୍ଦିର କିମ୍ବା ମସଜିଦର ଲଢେଇ ନାହିଁ । ପ୍ରଭୁ ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନୁହଁନ୍ତି ବରଂ ସେ ସମସ୍ତଙ୍କର । ସେଥିପାଇଁ ଆମକୁ ଏକଜୁଟ୍ ହୋଇ ଚାଲିବାକୁ ପଡିବ ଏବଂ ନିଜ ସହ ନିଜ ଧର୍ମକୁ ବି ମଜଭୁତ କରିବାକୁ ପଡିବ । ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ନିର୍ବାଚନ ଆସିଲେ, ସେମାନେ ପାଖକୁ ଆସବେ ଏବଂ କହିବେ ହିନ୍ଦୁ ଧର୍ମ ବିପଦରେ ଅଛି ।