The Topmost

“The eyes believe themselves, the ears believe other people.”

g

ପ୍ରଧାନମନ୍ତ୍ରୀ ଭାବରେ ୮ ବର୍ଷ ପୂରଣ କଲେ ମୋଦୀ

ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଆଜି ୮ ବର୍ଷ ପୂରଣ କରିଛନ୍ତି । ଜବାହରଲାଲ ନେହେରୁ (୧୬ ବର୍ଷ ୨୮୯ ଦିନ), ଇନ୍ଦିରା ଗାନ୍ଧୀ(୧୧ ବର୍ଷ ୫୯ ଦିନ) ଏବଂ ମନମୋହନ ସିଂ(୧୦ ବର୍ଷ ୪ ଦିନ) ପରେ ଦୀର୍ଘତମ କାର୍ଯ୍ୟକାଳ ସହିତ ମୋଦୀ ଚତୁର୍ଥ ପ୍ରଧାନମନ୍ତ୍ରୀ ଯିଏକି ୮ ବର୍ଷ ପୂରଣ କରିଛନ୍ତି । ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ମୋଦୀ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା କରଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ବହୁ ଘାତ ପ୍ରତିଘାତ ଆସିଛି । ଅନାସ୍ଥା ମଧ୍ୟ ଆସିଛି ।

ହେଲେ ଲୋକଙ୍କ ସେବା କରିବା ଓ ଦେଶ ପାଇଁ କିଛି କରିପାରିବାର ଉଦ୍ଦେଶ୍ୟ ଆଜି ତାଙ୍କୁ ଏହି ଦିନ ଦେଖାଇଛି । ମୋଦିଙ୍କ ରାଜନୈତିକ କ୍ୟାରିଅରରେ ଅନେକ ନିନ୍ଦା ଓ ଦୋଷାରୋପ ମଧ୍ୟ ହେଇଛି । କିନ୍ତୁ ଏ ସବୁକୁ ସେ ପଛରେ ପକାଇ କେବଳ ଆଗକୁ ବଢିବା ପାଇଁ ସାହସ କରିଛନ୍ତି । ତେବେ ମୋଦୀଙ୍କ ଏହି ସଫଳତାରେ ସାରା ବିଶ୍ୱ ତାଙ୍କ ପାଇଁ ପ୍ରଶଂସା ଓ ଶୁଭ କାମନା ପ୍ରେରଣ କରିଥିବାବେଳେ ତାଙ୍କୁ ନେଇ କିଛି ବିଶେଷ ବ୍ୟକ୍ତି ମତ ଦେଇଛନ୍ତି । ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଓ ସଦଗୁରୁ ମଧ୍ୟ ଏହି ଅବସରରେ ସେମାନେ ତାଙ୍କର ମନ୍ତବ୍ୟ ଓ ଅନୁଭୂତିକୁ ସେୟାର କରିଛନ୍ତି ।

ସେମାନଙ୍କ କହିବା କଥା, ମୋଦି ଜଣେ ପରିଶ୍ରମି ଓ କାମକୁ ନେଇ ଜିଦଖୋର୍‌ ପ୍ରକୃତିର ମଣିଷ । ଯେପର୍ଯ୍ୟନ୍ତ ଲକ୍ଷ ଭେଦ ନହୋଇଛି, ସେପର୍ଯ୍ୟନ୍ତ ଆଗକୁ ବଢି ଚାଲିବା ତାଙ୍କର ଏକ ଭଲ ଅଭ୍ୟାସ । ତେବେ ଖାଲି ନିଜ ପାଇଁ ନୁହେଁ ବରଂ ଅନ୍ୟ ଲୋକଙ୍କୁ ଉତ୍ସାହ ଦେବାରେ ମଧ୍ୟ ସର୍ବୋପରେ ସେ । ତେବେ ଏ ସମସ୍ତ କଥା କହି ସେମାନେ ତାଙ୍କ ମୋଦିଙ୍କ ସହ ବିତିଥିବା କିଛି ଭଲ ମୁହୂର୍ତ୍ତକୁ ବଖାଣିଥିଲେ ।

https://thetopmost.in/?p=1350

https://thetopmost.in/?p=2743