The Topmost

“The eyes believe themselves, the ears believe other people.”

AnushkaSharma @the-topmost

ପ୍ରଥମ ନାରୀକେନ୍ଦ୍ରିକ ଓଟିଟି

ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଭାଇ କର୍ଣ୍ଣେସ ଶର୍ମାଙ୍କ ସହ ମିଶି ଓଟିଟି ପାଇଁ ଏକ ନୂଆ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ଅନୁଷ୍କା ଏବଂ କର୍ଣ୍ଣେସ୍‌ ଉଭୟ ଭାଇଭଉଣୀ ନିଜ ପ୍ରଡକ୍ସନ କମ୍ପାନୀ କ୍ଲିନ୍‌ ସ୍ଲେଟ୍‌ ଫିଲ୍ମସ୍‌ ଜରିଆରେ ଖୁବଶୀଘ୍ର ଏକ ନାରୀକେନ୍ଦ୍ରିକ ଓଟିଟି ପ୍ଲାଟଫର୍ମ ଲଞ୍ଚ୍‌ କରିବେ, ଯାହାର ନାମ ‘କ୍ଲିନ୍‌ ଓଟିଟି’ ରହିବ ।

AnushkaSharma @the-topmost
the_topmost

ଏହା ବିଶ୍ୱର ପ୍ରଥମ ମହିଳା କେନ୍ଦ୍ରିକ ଓଟିଟି ପ୍ଲାଟଫର୍ମ ଭାବେ ବିବେଚିତ ହେବ ବୋଲି ଅନୁଷ୍କା କହିଛନ୍ତି । ଏହାର ଲଞ୍ଚିଂ ଆଗାମୀ ବର୍ଷ ୨୦୨୩ରେ ହେବାକୁ ଯାଉଛି । ଏହି ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ କଣ୍ଟେଣ୍ଟକୁ ପ୍ରଦର୍ଶିତ କରାଯିବ । ଏଥିସହ ଖୁବଶୀଘ୍ର ଏଥିରେ ଫିଲ୍ମ, େୱବସିରିଜ୍‌ ଏବଂ ପ୍ରାମାଣିକ ଫିଲ୍ମ ମଧ୍ୟ ଦେଖିବାକୁ ମିଳିବ । ସବୁଠୁ ବଡ଼ କଥା ହେଲା ଭାରତ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ପରି ଦେଶର ପ୍ରଯୋଜକମାନଙ୍କ କଣ୍ଟେଣ୍ଟକୁ ଏହି ପ୍ଲାଟଫର୍ମରେ ସ୍ଥାନ ଦିଆଯିବ । ପ୍ରାରମ୍ଭରେ ଏହାକୁ ଭାରତରେ ଲଞ୍ଚ୍‌ କରାଯିବ, ପରେ ଆମେରିକା, କାନାଡା ଏବଂ ୟୁଏଇରେ ବିସ୍ତାର କରାଯିବ ବୋଲି ମାଲିକାଣୀ ଅନୁଷ୍କା ଶର୍ମା ସୂଚନା ଦେଇଛନ୍ତି ।

AnushkaSharma @the-topmost
the_topmost

କୁହାଯାଉଛି ଯେ ଏହି ସ୍ୱତନ୍ତ୍ର ଓଟିଟି ଜରିଆରେ ମହିଳାଙ୍କ ସ୍ୱର ଉତ୍ତୋଳନ କରାଯିବ । ସେପଟେ କର୍ଣ୍ଣେସ ଶର୍ମା ଏହି ଯୋଜନାକୁ ନେଇ ନିଜ ବୟାନ ରଖିଛନ୍ତି । ସେ କହିଛନ୍ତି, ‘ଫିମେଲ୍‌ ଫାଷ୍ଟ କଣ୍ଟେଣ୍ଟ ବାସ୍ତବରେ ବହୁତ ରୋମାଞ୍ଚକ ଏବଂ ଉତ୍ସାହ ବଢାଉଥିବା ବିଚାରଧାରା । ଭାରତରେ ମହିଳାଙ୍କ ଭୁ୍ୟୟରସିପ୍‌ ୫୦ପ୍ରତିଶତ ରହିଥିବା ବେଳେ ଫିଲ୍ମ ଓ ସିରିଜ୍‌ରେ ସେମାନଙ୍କ ପ୍ରତିନିଧିତ୍ୱ ରହୁନାହିଁ । ତେଣୁ ଏହି ପ୍ଲାଟଫର୍ମ ମହିଳାଙ୍କ ଗୁରୁତ୍ୱକୁ ବଢାଇବ ପାଇଁ ସହାୟକ ହେବ ।’ କିଛି ଦିନ ପୂର୍ବେ ଅନୁଷ୍କାଙ୍କ ପ୍ରଡକ୍ସନ କମ୍ପାନୀ ଆମାଜନ ପ୍ରାଇମ ଭିଡିଓ ଏବଂ ନେଟଫ୍ଲିକ୍ସ ସହ ହାତ ମିଶାଇଛନ୍ତି । ଆଗାମୀ ୧୮ ମାସ ମଧ୍ୟରେ ଏହି ଦୁଇଟି ଓଟିଟି ପ୍ଲାଟଫର୍ମରେ ଅନୁଷ୍କା ଏବଂ କର୍ଣ୍ଣେସଙ୍କର ୮ଟି ଫିଲ୍ମ ଏବଂ େୱବସିରିଜ୍‌ ରିଲିଜ୍‌ ହେବାକୁ ଯାଉଛି ।

AnushkaSharma @the-topmost
the_topmost