The Topmost

“The eyes believe themselves, the ears believe other people.”

ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ ସିଂହ

ମହିଳା କୁସ୍ତି ଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲା । ଏନେଇ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ସରଣ ସିଂହ ମୁହଁ ଖୋଲିଛନ୍ତି । ରବିବାରରେ ସେ କହିଛନ୍ତି, ହରିୟାଣାର ୯୦ ପ୍ରତିଶତ ଖେଳାଳି ଏବଂ ଅଭିଭାବକ ଡବ୍ଲୁଏଫଆଇ ଉପରେ ଭରସା କରିଛନ୍ତି । କେବଳ ଗୋଟିଏ କୁସ୍ତି ପରିବାର ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଯେଉଁ ମହିଳା ଖେଳାଳିମାନେ ଅଭିଯୋଗ କରିଛନ୍ତି ସେମାନେ କଂଗ୍ରେସ ନେତା ଦିପେନ୍ଦ୍ର ହୁଡାଙ୍କ ନେତୃତ୍ୱ ଗୋଷ୍ଠୀର । ସାଂସଦ ବ୍ରିଜଭୂଷଣ ସରଣ ସିଂହ କହିଛନ୍ତି, ହରିୟାଣାର ୯୦ ପ୍ରତିଶତ ଆଥଲେଟ୍ ଏବଂ ତାଙ୍କ ଅଭିଭାବକ ଭାରତୀୟ କୁସ୍ତି ମହାସଂଘ ଉପରେ ଭରସା ରଖିଛନ୍ତି । କିଛି ପରିବାର, ଅଭିଯୋଗ ଲଗାଇଥିବା ଖେଳାଳିଙ୍କ ଗୋଷ୍ଠୀ ଏବଂ ସେମାନଙ୍କ ଗୋଷ୍ଠୀର ମୁଖିଆ ଦିପେନ୍ଦ୍ର ସିଂହ ହୁଡା ମିଳିତ ଭାବେ ଏଭଳି ଅଭିଯୋଗ କରିଛନ୍ତି । ଜନ୍ତରମନ୍ତରରେ ନ୍ୟାୟ ମିଳିନଥାଏ । ଯଦି ଆପଣ ନ୍ୟାୟ ଚାହୁଁଛନ୍ତି ଆପଣଙ୍କୁ ପୋଲିସ ଏବଂ ନ୍ୟାୟାଳୟ ପାଖକୁ ଯିବାର ଆବଶ୍ୟକତା ରହିଛି । ତେବେ ସେମାନେ ଏଯାଏ ସେଭଳି କିଛି କରିନାହାନ୍ତି । ଅଦାଲତ ଯେଉଁ ନିଷ୍ପତ୍ତି ନେବା ମୁଁ ତାକୁ ସ୍ୱୀକାର କରିବି ବୋଲି ବ୍ରିଜଭୂଷଣ କହିଛନ୍ତି ।