ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜାମିନ । ଅର୍ଥ ହେରଫେର ମାମଲାରେ ଅନିଲଙ୍କୁ ଜାମିନ ମିଳିଥିଲେ ବି ଏବେ ସେ ଜେଲରୁ ମୁକୁଳିପାରିବେ ନାହିଁ । ତଳକୋର୍ଟ ଜାମିନ ଦେଇଥିବା ବେଳେ ସିବିଆଇ ଏହି ମାମଲାକୁ ହାଇକୋର୍ଟକୁ ନେବାକୁ ଚାହୁଁଛି । ଏନେଇ ସିବିଆଇ ପକ୍ଷରୁ ଅନିଲଙ୍କୁ ଜେଲରୁ ବାହାରକୁ ନଛାଡିବାକୁ ତଳକୋର୍ଟରେ ଆବେଦନ କରିଛି ସିବିଆଇ । ଜଷ୍ଟିସ ଏମଏସ କାର୍ଣ୍ଣିକଙ୍କ ଏକ ପୀଠ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦେଶମୁଖ ଏବେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ