ପୂର୍ବତନ ପୁଲିସ ଡିଜି ଅଭୟ ଏସ୍ଭିପିଏନ୍ପିଏର ସ୍ବାଧୀନ ସଦସ୍ୟ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ପୁଲିସ ଡିଜି ଅଭୟ ଏଥିପାଇଁ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭୟଙ୍କୁ ମନୋନୀତ କରାଯାଇଛି । ଏକାଡେମିରେ ମୁଖ୍ୟତଃ ଆଇପିଏସ୍ ଅଧିକାରୀଙ୍କ ସମେତ ବିଦେଶର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ବିଭିନ୍ନ ଦିଗ ଉପରେ ତାଲିମ୍ ଦିଆଯାଇଥାଏ । ସେହିପରି ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପଲିସି ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ । କେନ୍ଦ୍ର ଗୃହ ସଚିବ ଏକାଡେମିର ଅଧ୍ୟକ୍ଷ ଥିବା ବେଳେ ଏସ୍ଭିପିଏନ୍ପିଏର ନିର୍ଦ୍ଦେଶକ ଏହାର ସଦସ୍ୟ ତଥା ଆବାହକ ରହିଛନ୍ତି । ସେହିପରି ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ପୁଲିସ୍ ଗବେଷଣା ଓ ବିକାଶର ନିର୍ଦ୍ଦେଶକ, କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ଓ ଆର୍ଥିକ ଉପଦେଷ୍ଟା, ପୁଲିସ-୧ର ସ୍ବତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ, ଡିଜିପି ଆସାମ, ଡିଜିପି ଚଣ୍ଡୀଗଡ଼, ଡିଜିପି ତାମିଲ୍ନାଡ଼ୁ, ଡିଜିପି ମଧ୍ୟପ୍ରଦେଶ, ବିଏସ୍ଏଫ୍ ଡିଜି, ଏନ୍ଇପିଏର ନିର୍ଦ୍ଦେଶକ, ଏସ୍ଭିପିଏନ୍ପିଏର ଯୁଗ୍ମ ନିର୍ଦ୍ଦେଶକ-୧ ଏବଂ ଏସ୍ଭିପିଏନ୍ପିଏର ଯୁଗ୍ମ ନିର୍ଦ୍ଦେଶକ ଏକାଡେମିର ସଦସ୍ୟ ଅଛନ୍ତି।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା