The Topmost

“The eyes believe themselves, the ears believe other people.”

krishna

ପୁରାଣ ପୃଷ୍ଠାରୁ ନାରଦ ଶ୍ରୀକୃଷ୍ଣ ସମ୍ବାଦ

ବୈକୁଣ୍ଠ ପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଦିନେ ଦେବର୍ଷି ନାରଦ ପହଞ୍ଚିଲେ ୩ପୁରର ଖବର ନେଇ। ବିଭିନ୍ନ ବିଷୟରେ ଆଲୋଚନା ହେଲା । ଶେଷରେ ନାରଦ କହିଲେ, ପ୍ରଭୁ ମୁଁ ଆପଣଙ୍କ ମାୟ କ’ଣ ଜାଣି ପାରୁନାହିଁ। ଆପଣ ଟିକେ ବୁଝାଇ ଦିଅନ୍ତୁ। ଭଗବାନ ଅଳ୍ପହସି ଏବମସ୍ତୁ କହିଲେ।ଭଗବାନ ଶ୍ରୀକୃଷ୍ଣ ନାରଦଙ୍କୁ ସାଙ୍ଗରେ ନେଇ ବୁଲିବାକୁ ବାହାରି ଗଲେ କିଛି ଦୂର ଗଲାପରେ ସେମାନେ ଦେଖିଲେ ତାଙ୍କ ସାମନାରେ ଗୋଟିଏ ଝୁମ୍ପୁଡି ଘର। ଶ୍ରୀକୃଷ୍ଣ କହିଲେ ମୋତେ ବଡ଼ ଶୋଷ ଲାଗୁଛି, ତୁମେ ଯାଇ ସେଠାରୁ ମୋ ପାଇଁ କିଛି ଜଳ ନେଇଆସ । ନାରଦ ସେ ଝୁମ୍ପୁଡିରେ ପସିଲା ପରେ ଦେଖିଲେ ଜଣେ ଯୁବତୀ ଅତିବ ସୁନ୍ଦରୀ ନାରଦଙ୍କୁ ସମ୍ମାନେ ପାଛୋଟି ନେଲେ। ନାରଦ ତାଙ୍କ ରୂପରେ ସମ୍ମୋହିତ ହୋଇଗଲେ।

ନାରଦ ଝୁମ୍ପୁଡିର ଝରକା ଦେଇ ଦେଖିଲେ ବିସ୍ତିର୍ଣ୍ଣ ଶଶ୍ୟ କ୍ଷେତ ଏବଂ ଆମୋଦିତ ହେଲେ। ଏହି ସମୟରେ ଯୁବତୀଙ୍କ ପିତା ଆସି ପହଞ୍ଚିଲେ ଓ ନାରଦଙ୍କୁ କହିଲେ ହେ ବ୍ରାହ୍ମଣ ଯୁବକ ମୋର ପୁଅ ନାହିଁ ଏକମାତ୍ର ଏଇ କନ୍ୟା। ଆପଣ ୟାକୁ ବିବାହ କରି ମୋ ଘରେ ରୁହନ୍ତୁ ଏବଂ ମୋର କ୍ଷେତ ବାଡ଼ିର ମାଲିକ ହୋଇ ରୁହନ୍ତୁ। ସମ୍ମୋହିତ ନାରଦ ଏହାକୁ ସ୍ବୀକାର କଲେ। ନାରଦଙ୍କର ପୂର୍ବ କଥା କିଛି ସ୍ମରଣ ରହିଲା ନାହିଁ । ସେ ବିବାହ କରି ସନ୍ତାନର ଜନକ ହୋଇ ଆନନ୍ଦରେ ଥାଆନ୍ତି। ଦିନେ କୈାଣସି କାରଣ ବଶତଃ  ନାରଦ ବାହାରକୁ ଆସିଥାନ୍ତି। ବେଶଭୂଷା  ସଂପୂର୍ଣ୍ଣ କୃଷକର, ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ  ତାଙ୍କ ମାୟା ଅପସରଣ କରି ଅଳ୍ପହସି ଠିଆ ହୋଇଥାନ୍ତି। ହଠାତ୍ ଶ୍ରୀକୃଷ୍ଣଙ୍କୁ ଦେଖି ନାରଦଙ୍କର ସବୁ ମନେ ପଡିଗଲା।

ଭଗବାନ ନାରଦଙ୍କୁ କହିଲେ ମୁଁ କେତେବେଳୁ ଅପେକ୍ଷା କରିଛି, ଜଳ ପିଇବା ପାଇଁ ମାତ୍ର ଆପଣ ଏତେ ଡେରି କଲେ ଯେ। ନାରଦ ନିଜକୁ ଲଜ୍ଜିତ ମନେ କରିଥିଲେ। ଶ୍ରୀକୃଷ୍ଣ ନାରଦଙ୍କୁ କହିଲେ ମାୟା ବୁଝିଲ ନା ଅଧିକ କିଛି ବୁଝାଇ ବି? ନାରଦ ନିଜେ ନିଜେ ସବୁ ବୁଝିଯାଇ ଥିଲେ। ସେ ଜଣେ ବିରହ୍ମଜ୍ଞ ପୁରୁଷ ଅର୍ଥାତ ବ୍ରହ୍ମର୍ଷି ହେଇ ମଧ୍ୟ ଏହି ମାୟାରୁ ନିଜକୁ ଦୂରେଇ ରଖିପାରିଲେ ନାହିଁ। ତାଙ୍କ ସାମ୍ନାରେ କୌଣଲି ସାଧାରଣ ମଣିଷର ବା କଣ ବାଟ ଅଛି। ସେ ଭଗବାନଙ୍କ ଆଗରେ ମୁଣ୍ଡ ହଲାଇ ଭଗବାନଙ୍କୁ ପ୍ରଣାମ ଜଣାଇଲେ ଏବଂ କହିଲେ ମାୟା ଗ୍ରସ୍ତ ହେଲେ ସଚେତ ଅବସ୍ଥା ରହେ ନାହିଁ।।

https://thetopmost.in/?p=2380

https://thetopmost.in/?p=2312

https://thetopmost.in/?p=1747