ପୁଣିଥରେ ମୁନ୍ ମିଶନ୍ ପାଇଁ ପ୍ରସ୍ତୁତ ନାସା । ୨ ଥର ବିଫଳ ପରେ ପୁଣିଥରେ ‘ଆର୍ଟେମିସ୍-୧’ ଲଞ୍ଚ ହେବାକୁ ଯାଉଛି । ଅକ୍ଟୋବର ୨ ତାରିଖକୁ ବ୍ୟାକଅପ୍ ଭାବେ ସ୍ଥିର କରାଯାଇଥିଲେ ବି ଏହାର ଉତକ୍ଷେପଣ ସେପ୍ଟେମ୍ବର ୨୭ ତାରିଖ ରାତି ୯ଟା ୭ ମିନିଟରେ କରାଯିବାକୁ ଧାର୍ଯ୍ୟ ହୋଇଛି । ଆମେରିକାର ମହାକାଶ ଏଜେନ୍ସି ‘ନାସା’ ପୁଣି ଥରେ ଏହାକୁ ଲଞ୍ଚ କରିବାକୁ ଯାଉଛି । ଏହା ପୂର୍ବରୁ ନାସା ଆର୍ଟେମିସ୍ ୧ ମିଶନକୁ ଦୁଇଥର ଲଞ୍ଚ କରିବାକୁ ଚେଷ୍ଟା କରିଛି । କିନ୍ତୁ ଉଭୟ ଥର ଏହା ବିଫଳ ହେଇଛି । ହାଇଡ୍ରୋଜେନ୍ ଲିକେଜ୍ ହେତୁ ଦ୍ୱିତୀୟ ଉତକ୍ଷେପଣ ବାତିଲ୍ କରିବାକୁ ପଡିଲା । ଏହାକୁ ଠିକ୍ କରି ହାଇଡ୍ରୋଜେନ୍ ଫୁଏଲ ଫିଡ୍ ଲାଇନ୍ ଯୋଡିବା ପରେ, ବର୍ତ୍ତମାନ ଏହାର ପରୀକ୍ଷଣ କରାଯିବ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ