ନାଇଜେରିଆରେ ପୁଣି ମାତିଲେ ବୋକୋ ହାରାମ ଜିହାଦି । ଉତ୍ତରପୂର୍ବ ନାଇଜେରିଆରେ ୧୧ କୃଷକଙ୍କୁ ଗଳା କାଟି ହତ୍ୟା । ବୋର୍ଣ୍ଣୋ ପ୍ରଜାତନ୍ତ୍ର ରାଜଧାନୀ ମାଇଦୁଗୁରୀରେ ବୋକୋ ହାରାମ ଗୋଷ୍ଠୀର ସଦସ୍ୟମାନେ ଘଟାଇଛନ୍ତି ଅମାନବୀୟ କାର୍ଯ୍ୟ । ପ୍ରଥମେ କୃଷକଙ୍କ ହାତ ବାନ୍ଧି ଦେବା ପରେ ସେମାନଙ୍କ ଗଳା କାଟି ଦେଇଥିବା ସୂଚନା ମିଳିଛି । ଜିହାଦିଙ୍କ ଆକ୍ରମଣରୁ ବର୍ତ୍ତିବା ଲାଗି ଶହ ଶହ ଲୋକ କିଛି ମାସ ତଳେ ମାଇଦୁଗୁରୀ ଅଞ୍ଚଳ ତ୍ୟାଗ କରି ପଳାୟନ କରିଥିଲେ । ସେମାନେ ଫେରିବା ପରେ ପୁଣି ଆତଙ୍କ ରଚିଛନ୍ତି ବୋକୋ ହାରାମ ସଂଗଠନ ସଦସ୍ୟ । ବୋକୋ ହାରାମ ଓ ଇସଲାମିକ ଷ୍ଟେଟ ଓ୍ବେଷ୍ଟ ଆଫ୍ରିକା ପ୍ରୋଭିନ୍ସ ବା ଆଇଏସଡବ୍ଲୁଏପି ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷରେ ଚାଷୀ, ଧୀବର, ଗୋପାଳକମାନଙ୍କୁ ଟାର୍ଗେଟ କରାଯାଉଛି । ସେମାନେ ମିଲିଟାରୀ ଓ ସ୍ଥାନୀୟ ଆତଙ୍କବାଦୀ ସଂଗଠନକୁ ଗୋପନ ସୂଚନା ଦେବା ଅଭିଯୋଗରେ ସେମାନଙ୍କୁ ଟାର୍ଗେଟ କରାଯାଉଛି । ଗତ ମାସରେ ବି ବୋର୍ଣ୍ଣୋ ପ୍ରଜାତନ୍ତ୍ରର ବାଙ୍କୀ ଜିଲ୍ଲାରେ ୭ ଜଣ କୃଷକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଦୀର୍ଘ ବର୍ଷର ସଂଘର୍ଷରେ ନାଇଜର, ଚାଦ ଓ କାମେରୁନରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେ ୪୦ ହଜାର ଲୋକ, ବିସ୍ଥାପିତ ହେଲେଣି ପ୍ରାୟ ୨୦ ଲକ୍ଷ ଲୋକ । ଏକ ବିଶୁଦ୍ଧ ଇସଲାମିକ ରାଷ୍ଟ୍ର ଗଠନ ଆଭିମୁଖ୍ୟ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ରକ୍ତାକ୍ତ ଅଭିଯାନ ଜାରି ରଖିଛି ବିଶ୍ବର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ବୋକୋ ହାରାମ ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା