ପୁଣି ବିବାଦରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ସଫଳତାର ଅନେକ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । ନିକଟରେ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (IFFI)ର ଶେଷ ଦିନରେ ମଧ୍ୟ ଫିଲ୍ମ ଚର୍ଚ୍ଚାରେ ରହିଥିଲା । ଆଇଏଫଏଫଆଇର ଜୁରୀ ମୁଖ୍ୟ ଏହି ଫିଲ୍ମ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜୁରୀ ମୁଖ୍ୟ ଏବଂ ଏସ୍ରାଏଲର ଫିଲ୍ମ ମେକର ନାଦବ ଲାପିଡ ଏହି ପିଲ୍ମକୁ ଅଶ୍ଲୀଳ ଓ ପ୍ରୋପାଗଣ୍ଡା ଫିଲ୍ମ କହିଛନ୍ତି । ଫେଷ୍ଟିଭାଲର କ୍ଲୋଜିଂ ସେରିମନି ସମୟରେ ଲାପିଡ ଏହି କଥା କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ଫିଲ୍ମର ସ୍କ୍ରିନିଂକୁ ନେଇ ଚକିତ ଓ ସ୍ତବ୍ଧ ଥିବା କହିଛନ୍ତି ନାଦବ । ଫିଲ୍ମକୁ ନିନ୍ଦା କରି ସେ କହିଛନ୍ତି, ଫିଲ୍ମ ଫେଷ୍ଟିଭାଲ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଏହା ଯୋଗ୍ୟ ନୁହେଁ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ