September 18, 2025

ପୁଣି ଥରେ କେନ୍ଦ୍ର ସରକାରଙ୍କ ଝଟକା

ରେଳଯାତ୍ରୀଙ୍କୁ ପୁଣି କେନ୍ଦ୍ରସରକାରଙ୍କ ଝଟକା । ରେଳ ଭଡା ବଢିବା ନେଇ ଲୋକସଭାରେ ରେଳମନ୍ତ୍ରୀଙ୍କ ସଙ୍କେତ । ବୁଧବାର ଲୋକସଭାରେ ଅଶ୍ୱନୀ ବୈଷ୍ଣବଙ୍କ ଏଭଳି ବୟାନ ପରେ ଆଗାମୀ ଦିନରେ ପୁଣି ରେଳଭଡା ବଢିବ ବୋଲି ଆଶା କରାଯାଉଛି । ସେପେଟେ କୋଭିଡ-୧୯ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡାରେ ଯେଉଁ ରିହାତି ମିଳୁଥିଲା ତାହା ପୁଣି ଲାଗୁ ହେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି କି, ବର୍ତ୍ତମାନ ସମୟରେ ରେଳରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୫୫ ଟିକେଟରେ ୫୫ ପ୍ରତିଶତ ରିହାତି ମିଳୁଛି ।

SHARE BY