The Topmost

“The eyes believe themselves, the ears believe other people.”

ପୁଣି ଚିନ୍ତା ବଢାଇଲା H3N2 ଭାଇରସ୍

ପୁଣି ଚିନ୍ତା ବଢାଇଲା H3N2 ଭାଇରସ୍ । ମହାରାଷ୍ଟ୍ରରେ ହାଇଆଲର୍ଟ ଜାରି ହୋଇଥିବାବେଳେ ଦିଲ୍ଲୀରେ ସ୍ବତନ୍ତ୍ର ଆଡଭାଇଜରୀ ଜାରି । କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ନହେବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସେପଟେ ମହାରାଷ୍ଟ୍ର ପୁଣେରେ ଜଣେ ବୟସ୍କଙ୍କ ମୃତ୍ୟୁ ହେବା ସହ ଦେଶରେ H3N2 ଜନିତ ମୃତ୍ୟୁ ସଂଖ୍ୟା ୯ ଛୁଇଁଛି । H3N2 ଜନିତ ପ୍ରଥମ ମୃତ୍ୟୁ ଘଟିଥିଲା କର୍ଣ୍ଣାଟକ ହାସନ ଜିଲ୍ଲାରେ । ବର୍ତ୍ତମାନ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡ଼ୁ ଓ ଆସାମରେ H3N2 ଜନିତ ସଂକ୍ରମଣ ବଢୁଥିବା ସୂଚନା ମିଳିଛି । ସେପଟେ ଦିଲ୍ଲୀରେ ଜାରି ହୋଇଛି ସ୍ବତନ୍ତ୍ର ସତର୍କତା । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ । ଅନ୍ୟପଟେ ସଂକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଆଲର୍ଟ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତାନାଜି ସାଓ୍ବନ୍ତ କହିଛନ୍ତି, H3N2 ଭାଇରସର ସଂକ୍ରମଣ ରୋକିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଲାଗି ଗାଇଡଲାଇନ ଜାରି କରାଯାଇଛି ।