ସାଧାରଣତନ୍ତ୍ର ଦିବସରେ ଏଥର ବି ବାଦ୍ ପଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ପରେଡରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା କରାଯାଉଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇ ଆଗରୁ ବୈଠକ ବସିଥିଲା । ବିଷୟ ମୁତାବକ ଓଡ଼ିଶା କଳା, ସଂସ୍କୃତି ଓ ସ୍ଥପତ୍ୟକୁ ନେଇ ମେଢ ତିଆରି କରାଯାଇଥିଲା । ହେଲେ ୪ଟି ବୈଠକ ଆଲୋଚନା ପରେ ମଡେଲ ଫାଇନାଲ ସହ ମାହାରୀ ଓ ଘୁମୁରାକୁ ନେଇ ଗୀତ ପାଇଁ କୁହାଯାଇଥିଲା । ଗୀତର ରେକର୍ଡିଂ ମଧ୍ୟ ସରିଥିଲା । ହେଲେ ସବୁ ଶେଷ ହେବା ପରେ ପଞ୍ଚମ ବୈଠକରେ ଡକାଯାଇନଥିବାରୁ ଓଡ଼ିଶାର ଏହି ମଡେଲ ବାଦ୍ ପଡ଼ିଥିବା ସୂଚନା ରହିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର