ପଞ୍ଜାବରେ ଭାରତ ଯୋଡୋ ଯାତ୍ରା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ପଞ୍ଜାବରେ ଅଭିଯାନ । ହିଂସା, ବିଦ୍ବେଷ, ମୁଦ୍ରାସ୍ଫୀତି, ଦରବୃଦ୍ଧି, ବେକାରୀ ଆଦି ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ଆନ୍ଦୋଳନ । ଯାତ୍ରାରେ ଦଳର ବହୁ ହେଭିଓ୍ବେଟଙ୍କ ସମେତ ଅନ୍ୟାନ୍ୟ ନେତା ଯୋଗଦେବେ । ଶମ୍ଭୁ ବର୍ଡର ଦେଇ ଫତେଗଡ ସାହିବରେ ଯାତ୍ରା ପହଞ୍ଚିବ ବୋଲି କହିଛନ୍ତି ପିସିସି ସଭାପତି ଅମରିନ୍ଦର ସିଂ ରାଜା ଓ୍ବାରିଂ । ଏଥିରେ ବି ସାମିଲ ହେବେ ସମ୍ପାଦକ ହରିଶ ଚୌଧୁରୀ ଓ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା । ୧୧ ତାରିଖରେ ଏହି ରାଲି ଗୁରୁଦ୍ବାର ସାହିବରେ ପହଞ୍ଚିବ ଏବଂ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ