ପିପିଇ କିଟ୍ ପିନ୍ଧି କୋଭିଡ ହସପିଟାଲ୍ ସ୍ଥିତି ପରଖିଲେ ବିଏମସି କମିଶନର । ଆଜି ସମ୍ କୋଭିଡ ହସ୍ପିଟାଲ ଯାଇ ରୋଗୀଙ୍କ ସହ କଥାହେବା ସହିତ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଜୟ ଅମୃତା କୁଲାଙ୍ଗେ । ଏଥିସହ ହସ୍ପିଟାଲରେ ଥିବା ଡାକ୍ତର ଓ ଷ୍ଟାଫଙ୍କ ସହ ବର୍ତ୍ତମାନ ସ୍ଥିତି ଓ ରୋଗୀଙ୍କ ସଂଖ୍ୟା ପଚାରି ବୁଝିଛନ୍ତି । ଶଯ୍ୟା ସଂଖ୍ୟା ବଢ଼ିବା ଉଚିତ କି ନାହିଁ ତା’ର ଅନୁଧ୍ୟାନ କରିଛନ୍ତି । ଆବଶ୍ୟକ ସ୍ଥଳେ ଆହୁରି ବେଡ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ବିଏମସି କମିଶନର । ତେବେ କିଛିଦିନ ତଳେ ସମ୍ କୋଭି ହସ୍ପିଟାଲରେ ଶଯ୍ୟା ସଂଖ୍ୟ ୨୫ ରୁ ୯୦କୁ ବୃଦ୍ଧି ହୋଇଥିଲା । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଏକମାତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା