ଦେଶ ବିରୋଧୀ କାର୍ଯ୍ୟ ପାଇଁ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ର ଆଉ ଦୁଇ ବରିଷ୍ଠ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍ । ଏହି ଦୁଇ ବ୍ୟକ୍ତି ପିଏଫଆଇର ଆସାମ ୟୁନିଟ ପାଇଁ କାମ କରୁଥିଲେ । ଉଭୟଙ୍କୁ ବାରପେଟା ଅଞ୍ଚଳରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅବୁ ସାମା ପିଏଫଆଇର ଆସାମ ୟୁନିଟ ସଭାପତି । ସେହିପରି ଗିରଫ ଜାକିର ହୁସେନ ରାଜ୍ୟ ସମ୍ପାଦକ ଭାବେ ସଂଗଠନ ପାଇଁ କାମ କରୁଥିଲେ । ଏମାନଙ୍କ ବ୍ୟତୀତ ନିଷିଦ୍ଧ ହୋଇଥିବା କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ ବା ସିଏଫଆଇ ର ଶାହିଦୁଲ ଇସଲାମ ମଧ୍ୟ ଗିରଫ ହୋଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ