ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା । ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଚାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ ଜେ.କେ. ମାହେଶ୍ବରୀ ଓ ଜଷ୍ଟିସ ପିଏସ ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବାକୁ ମନା କରିବା ସହ ପିଟିସନକୁ ଖାରଜ କରିଦେଇଛନ୍ତି । କେନ୍ଦ୍ର ସରକାର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି ବୋଲି ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ସି.ଆର. ଜୟ ସୁକିନ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରି ସଂସଦର ଲୋକସଭା ସଚିବ ସାମ୍ବିଧାନିକ ନିୟମ ଭଙ୍ଗ କରିଛନ୍ତି ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ