ଉତ୍ତରପ୍ରଦେଶ ମୈନପୁରୀରେ ଚାଲିଛି ଉପନିର୍ବାଚନ । ଏଠାରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଥିବା ମୈନପୁରୀ ଲୋକସଭା ଆସନ ପାଇଁ ଚାଲିଛି ମତଦାନ । ଏଠାରେ ସମାଜବାଦୀ ପାର୍ଟି ଓ ବିଜେପି ମଧ୍ୟରେ ହେଉଛି କଡା ଟକ୍କର । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଭୋଟ ଦେଇ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏହାପରେ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେଇ ବୁଥରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣିଛନ୍ତି । ସମାଜବାଦୀ ପାର୍ଟିକୁ ହରାଇବାକୁ ଚକ୍ରାନ୍ତ ଚାଲିଛି । ପାର୍ଟି ସମର୍ଥକଙ୍କୁ ପୋଲିସ ଭୋଟ ଦେବାରୁ ରୋକୁଥିବା ଅଖିଳେଶ ଓ ଡିମ୍ପଲ ଅଭିଯୋଗ କରିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ