ଆଜିଠୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩ । ସକାଳ ୬ଟାରୁ ସମାରାଭ୍ୟାସ ଆରମ୍ଭ ହୋଇଥିବାବେଳେ ଏଥିରେ ୧୮ଟି ବିଭାଗ ସାମିଲ ହୋଇଛନ୍ତି ୨୬-୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରତି ବର୍ଷ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ, ପାରାଦୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ୧୮ରୁ ଉର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ