ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଏଠାରେ ବେଲଗାମ ହେଉଛି ଦରଦାମ ବୃଦ୍ଧି । ସାଧାରଣ ଜନତା ଜୀବନ ଜିଇଁବା ପାଇଁ କରୁଛନ୍ତି ସଂଘର୍ଷ । ସ୍ଥିତି ଏଭଳି ହେଲାଣି କି ଦୁଇ ବେଳା ଖାଦ୍ୟ ମିଳିବା ଏଠାରେ କଷ୍ଟକର ହୋଇପଡିଛି । ପାକିସ୍ତାନର କିଛି ଅଞ୍ଚଳରୁ ଲୋକମାନେ ୩ ବେଳାରୁ କେବଳ ଓଳିଏ ରୋଷେଇ କରି ଗୁଜୁରାଣ ମେଣ୍ଟାଉଛନ୍ତି । ସେପଟେ ପାଠପଢା ଖର୍ଚ୍ଚ ବହନ କରିବା କାଠିକର ପାଠ ହେଉଥିବା ଯୋଗୁଁ ସ୍କୁଲ ଯିବା ବନ୍ଦ କଲେଣି ପିଲାମାନେ । ଅର୍ଥ ସଞ୍ଚୟ ପାଇଁ ଲୋକମାନଙ୍କୁ ଖର୍ଚ୍ଚ କାଟ କରିବାକୁ ପଡିଛି । ପାକିସ୍ତାନର ମୁଦ୍ରାସ୍ପୀତି ହାର ୩୧%ରୁ ଟପିସାରିଛି । ଯାହା ଗତ ୫୮ବର୍ଷ ମଧ୍ୟରେ ସର୍ବାଧକ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍