ପାକିସ୍ତାନ ବନ୍ୟାରେ ଏକତୃତୀୟାଂଶ ଜଳମଗ୍ନ । ସିନ୍ଧୁନଦୀ ଉଛୁଳି ବିସ୍ତୀର୍ଣ୍ଣ ହ୍ରଦ ସୃଷ୍ଟି କରିଛି । ତେବେ ଜାତିସଂଘ ମୁଖ୍ୟ ଏହାକୁ ‘ମନସୁନ ଅନ୍ ଷ୍ଟେରଏଡ୍ସ’ ବୋଲି କହିଛନ୍ତି। ଜୁନ୍ ମଧ୍ୟଭାଗରୁ ଅଦ୍ୟାବଧି ଏହି ଦେଶରେ ବର୍ଷା ସ୍ବାଭାବିକଠାରୁ ୧୦ ଗୁଣ ଅଧିକ ହୋଇଛି। ୟୁରୋପୀୟ ସ୍ପେସ୍ ଏଜେନ୍ସି ସେୟାର କରିଥିବା ସାଟେଲାଇଟ୍ ଚିତ୍ର ଉକ୍ତ ମହାବନ୍ୟାର ଭୟାବହତା ପ୍ରଦର୍ଶିତ କରୁଛି, ଯାହା ୧୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେବା ସହ ୩୩ ନିୟୁତ ଲୋକଙ୍କୁ ବିସ୍ଥାପିତ ହେବାକୁ ବାଧ୍ୟ କରିଛି। ଘରଦ୍ବାର, କୃଷିକ୍ଷେତ, ଭିତ୍ତିଭୂମି ସବୁକିଛି ବନ୍ୟା ଭସାଇ ନେଇଛି। ସିନ୍ଧୁନଦୀ କୂଳ ଲଂଘି ଅନେକ କିଲୋମିଟର ଯାଏ ବିସ୍ତୀର୍ଣ୍ଣ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି ଯେ ଭିତ୍ତିଭୂମିର ଯେତିକି କ୍ଷତି ହୋଇଛି, ତା’ର ପୁନର୍ନିମାଣ ପାଇଁ ୧୦୦୦ କୋଟି ଡଲାର ଦରକାର । ସେପଟେ ବନ୍ୟାରେ ଖାଦ୍ୟ ସଂକଟ ସାଙ୍ଗକୁ ଏବେ ଦେଖାଦେଲାଣି ସ୍ବାସ୍ଥ୍ୟ ସମସ୍ୟା ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ