The Topmost

“The eyes believe themselves, the ears believe other people.”

ପାକିସ୍ତାନ ମୁହାଁ ସାଇକ୍ଲୋନ ‘ବିପର୍ଯ୍ୟୟ’ 

ଅତି ଭୟଙ୍କର ବାତ୍ୟାରେ ପରିଣତ ହେବାରେ ଲାଗିଛି ସାଇକ୍ଲୋନ ‘ବିପର୍ଯ୍ୟୟ’ । ଆରବ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ଉତ୍ତର ପଶ୍ଚିମ ଦିଗରେ ପାକିସ୍ତାନ ଆଡକୁ ଗତି କରୁଥିବା ସୂଚନା ମିଳିଛି । ବାତ୍ୟାର ପ୍ରଭାବରେ ଘଣ୍ଟାପ୍ରତି ୧୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଆସନ୍ତା ୮ରୁ ୧୦ ତାରିଖ ଯାଏ ଏହାର ପ୍ରଭାବ ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ ପଡିବା ଆଶଙ୍କା ରହିଛି । ଏହାସହ ଆସନ୍ତା ୧୦ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବାଂଲାଦେଶର ନାମକରଣ ଅନୁସାରେ ଚଳିତ ଥରର ଏହି ବାତ୍ୟାର ନାମ ରହିଛି ବିପର୍ଯ୍ୟୟ ।  ତେଣେ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ସିଲଭର ଜୁବଲି ଉତ୍ସବକୁ ବାତିଲ କରିଛି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ।