The Topmost

“The eyes believe themselves, the ears believe other people.”

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଶାନ୍ତ ବାତାବରଣ । ଆଜି କୁଚବିହାର ଜିଲ୍ଲାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । କୁହାଯାଉଛି କି ଟିଏମସିର ଏହି ଦୁଇଗୋଷ୍ଠୀ ନିଜ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି । ଏହି କ୍ରମରେ ଉଭୟ ଉଭୟ ଗୋଷ୍ଠୀ ଉପରେ ଗୁଳି ଚାଳନା କରିଛନ୍ତି । ଏହି କାରଣରୁ ୫ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । କହିରଖୁ କି ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଭୋଟ ଗ୍ରହଣ ପୂର୍ବରୁ ପୂରା ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଦୈନିକ ହିଂସାର ଖବର ଆସୁଛି । ସରକାରୀ ସୂଚନା ମୁତାବକ ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ଲାଗି ରହିଥିବା ହିଂସାରେ ଏପର୍ଯ୍ୟନ୍ତ ୮ଜଣଙ୍କର ଜୀବନ ଯାଇଛି । ଏହାସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଶେଷ ଭାବେ ବିଜେପି ଓ ଟିଏମସି ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା । ହେଲେ ଚଳିତ ନିର୍ବାଚନରେ ବିଜେପି ଦୁର୍ବଳ ହୋଇପଡିଥିବା ବେଳେ ଟିଏମସିକୁ ଟକ୍କର ଦେଉଛି ବାମଦଳ । ଗତ ପଞ୍ଚାୟତ ନିର୍ବାଚନରେ ବାମଦଳ ୨୫ ପ୍ରତିଶତ ଆସନରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇ ନଥିବା ବେଳେ ଚଳିତ ନିର୍ବାଚନରେ ବାମଦଳ ୮୦ ପ୍ରତିଶତରୁ ଅଧିକ ଆସନରେ ପ୍ରାର୍ଥୀ ଦେଇଛି ।