ବିଦ୍ୟୁତ ଆଘାତରେ ୧୦ କାଉଡିଆ ମୃତ । ପଶ୍ଚିମବଙ୍ଗର କୂଚ୍ବିହାର୍ରୁ ଆସିଲା ଦୁଃଖଦ ଖବର । ସୂଚନା ଅନୁସାରେ ଏହି ବାଟ ଦେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନରେ ବିଦ୍ୟୁତ୍ ଆଘାତରେ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଛନ୍ତି । ଯାହାକି ପୋଲିସ ପକ୍ଷରୁ ସୂଚନା ରହିଛି । ତେବେ ଉକ୍ତ ଯାତ୍ରୀମାନଙ୍କୁ ନେଇ ପିକ୍ଅପ୍ ଭ୍ୟାନ୍ଟି ଜଲ୍ପେଶ ଅଭିମୁଖେ ଯାଉଥିଲା । ଘଟଣାପରେ ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ୧୬ଜଣଙ୍କୁ ଜଳପାଇଗୁଡ଼ି ହସ୍ପିଟାଲ୍କୁ ରେଫର୍ କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ