୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଭାରତ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ତୃତୀୟ ମ୍ୟାଚରେ ଭାରତ ବଡ଼ ସ୍କୋର କରିବା ସତ୍ତ୍ବେ ପରାଜୟ ବରଣ କରିଛି । ୨୨୨ ରନର ବିଶାଳ ସ୍କୋର କରିବା ପରେ ମଧ୍ୟ ଭାରତର ପରାଜୟକୁ ନେଇ ପ୍ରଂଶସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଭାରତ ପରାଜୟର କାରଣ କହିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ କହିଛନ୍ତି କି, ଅତ୍ୟଧିକ କାକର ପଡ଼ିବା ବୋଲରଙ୍କୁ ବୋଲିଂରେ ଅସୁବିଧା ହୋଇଥିଲା । ଯଦିଓ ପ୍ରଥମରୁ ଓ୍ବିକେଟର ପତନ ଘଟିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ଅଷ୍ଟ୍ରେଲିଆକୁ ବିଜୟ ଦେଇଛି । ଆମେ ମ୍ୟାକ୍ସଓ୍ବେଲଙ୍କ ଓ୍ବିକେଟକୁ ଟାର୍ଗେଟ କରିଥିଲୁ । କିନ୍ତୁ ହାତଛଡ଼ା କଲୁ । ସେପଟେ ୧୯ ଓଭର ପାଇଁ ଆମେ ଜଣେ ଅଭିଜ୍ଞ ବୋଲରଙ୍କୁ ରଖିଥିଲୁ । ଅକ୍ଷର ପଟେଲ ପୂର୍ବରୁ ଭଲ ବୋଲିଂ ମଧ୍ୟ କରିଛନ୍ତି । ମାତ୍ର ଶେଷ ୨ ଓଭରରେ ୪୩ ରନ ଆବଶ୍ୟକ ରହିଥିଲା । କିନ୍ତୁ ଆମେ ବିଜୟୀ ହୋଇପାରିଲୁନି।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ