The Topmost

“The eyes believe themselves, the ears believe other people.”

ପବିତ୍ର ରଥଯାତ୍ରାର ଧାରା ବିବରଣୀ

ବିଶ୍ୱନିୟନ୍ତାଙ୍କର ଲୀଳା ବଡ ବିଚିତ୍ର । ବିଶ୍ୱର ଏମିତି କୌଣସି ଦେବତା ନାହାନ୍ତି ଯେକି ନିଜ ସ୍ଥାନରୁ ବାହାରକୁ ଯାଇଥାନ୍ତି । ମାତ୍ର ଶ୍ରୀ ଜଗନ୍ନାଥ ବର୍ଷକୁ ଥରେ ନିଜ ସ୍ଥାନରୁ ବାହାରି ଭକ୍ତ ଜନଙ୍କୁ ଦର୍ଶନ ଦେଇଥାନ୍ତି । ପାରମ୍ପରିକ ରୀତିରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇ ମାଉସୀମା ଶ୍ରୀଗୁଣ୍ଡିଚା ମନ୍ଦିରକୁ ୩ ରଥରେ ଯାତ୍ରା କରନ୍ତି ତିନି ଭାଇ ଭଉଣୀ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଏକାନ୍ତ ଆପଣାର ସାଜି ଭକ୍ତଜନଙ୍କୁ ଦର୍ଶନ ଦେବାପାଇଁ ରତ୍ନସିଂହାସନ ଛାଡ଼ି ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ ।

ପୁରାଣ ଅନୁସାରେ ଜେଷ୍ଠ ମାସ ପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କ ଜନ୍ମ ଦିବସ ଓ ଶ୍ରୀଗୁଣ୍ଡିଚା ମନ୍ଦିର ତାଙ୍କର ଜନ୍ମସ୍ଥାନ ହୋଇଥିବାରୁ ପ୍ରତିବର୍ଷ ମହାପ୍ରଭୁ ତାଙ୍କ ଜନ୍ମସ୍ଥାନକୁ ନବଦିନ ଯାତ୍ରାରେ ବୁଲିଯାଆନ୍ତି । ପବିତ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ କେତେକ ନୀତି ଓ ବିଧି ବିଧାନ ପ୍ରଚଳିତ । ସ୍ନାନ ପୂର୍ଣ୍ଣିମା ଠାରୁ ୧୫ଦିନ ମହାପ୍ରଭୁ ଅବସରରେ ରହିଥାନ୍ତି । ଶେଷ ଦିନକୁ ନେତ୍ରୋତ୍ସବ ବା ନବ ଯୌବନ ଦର୍ଶନ କୁହନ୍ତି । ଜ୍ୱର ପୀଡନରୁ ମୁକ୍ତିଲାଭ କରି ସୁସ୍ଥ ଶରୀର ଧାରଣ କରନ୍ତି ଓ ତାର ପରଦିନ ଗୁଣ୍ଡିଚା ସିଂହଦ୍ୱାର ଠାରେ ୩ରଥ ପ୍ରତିଷ୍ଠା ହୁଏ ଏବଂ ମହାପ୍ରଭୁ ପହଣ୍ଡି ହୋଇ ଆସନ୍ତି ।

ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥ ଆସି ରଥରେ ଅବସ୍ଥାନ କରନ୍ତି । ରାଜ ଉଆସରୁ ଗଜପତି ମହାରାଜ ନମହେନାରେ ଆସି ଛେରାପହଁରା କରନ୍ତି । ଛେରାପହଁରା ଶେଷ ହେଲେ ସାରଥି ବିଜେ କରନ୍ତି ଓ ରଥର ଚାରମାଳ ଖୋଲାଯାଏ । ପ୍ରତ୍ୟେକ ରଥରେ ଚାରଟି ଲେଖାଏଁ ଦଉଡ଼ି ଲାଗେ । ଘଣ୍ଟା ଘଣ୍ଟା ତୁରୀ କାହାଳି ବାଜିବା ପରେ ଡାହୁକଙ୍କ ନିର୍ଦ୍ଦେଶରେ ରଥଟଣା ଆରମ୍ଭ ହୁଏ । ଏବଂ ଜାତି, ଧର୍ମ ନିର୍ବିଶେଷରେ ଭଗବାନଙ୍କର ଦର୍ଶନ ଓ ସ୍ପର୍ଶ କରିବାର ଭକ୍ତ ସୁଯୋଗ ପାଇଥାନ୍ତି ।https://thetopmost.in/do-you-want-to-loose-your-weight-follow-this-baby-food-diet/

https://thetopmost.in/TOPMOST%20UPDATE/asadha-sukla-panchami/