ଆମ ଜୀବନରେ ଯାହାଙ୍କର ମହତ ଦାନ ଥାଏ ସେ ହେଉଛନ୍ତି ‘ଗୁରୁ’। ଅମୂଲ୍ୟ ସେ ଦାନ ଶିକ୍ଷାକୁ ଦାନ କରି ଜୀବନର ଅନ୍ଧକାରକୁ ଦୂର କରନ୍ତି । ପିଲାଟିର ଜୟ-ପରାଜୟକୁ ସେ ନିଜର ଜୟ-ପରାଜୟ ମଣନ୍ତି । ତାଙ୍କୁ ଦିଆଯାଇଥିବା ଆଖ୍ୟାରେ ହିଁ ସବୁକିଛି ଭରି ରହିଛି । ‘ଗୁ’ ର ଅର୍ଥ ଅନ୍ଧାର ଆଉ ‘ରୁ’ ଅର୍ଥ ଆଲୋକ । ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି ‘ଗୁରୁ’ । ଏପରି ଏକ ମଣିଷଟିଏ ନାହିଁ ଯାହାଙ୍କ ଜୀବନରେ ଗୁରୁ ନଥିବେ । ଗୁରୁ ସର୍ବତ୍ର ବିଦ୍ୟମାନ । ହଁ ଗୁରୁ ସର୍ବତ୍ର ବିଦ୍ୟମାନ ବୋଲି ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କ ସହ ତୁଳନା କରାଯାଇିଛି । ସେଥିପାଇଁ ତ କୁହାଯାଇଛି ‘ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର ।’ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ । ପ୍ରତିଟି ମଣିଷର ଜୀବନରେ ଏକ ସ୍ଥାନ ଅଳଙ୍କୃତ କରିଥିବା ଗୁରୁଙ୍କ ପାଇଁ ଦିନଟିଏ ସମର୍ପି ଦେବାର ଆବଶ୍ୟକତା ଥିବା ହୃଦୟଙ୍ଗମ କରିଥିଲେ । ଆଉ ସେବେଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା