The Topmost

“The eyes believe themselves, the ears believe other people.”

ପଦ୍ମ ଧରିଲେ କିରଣ ରେଡ୍ଡୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀର ବିଜେପିରେ କାର୍ଯ୍ୟାଳରୟରେ ସେ ଆଜି ଯୋଗ ଦେଇଛନ୍ତି । କିରଣ କୁମାରଙ୍କୁ ରାଜ୍ୟରେ କିମ୍ବା ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ । କଂଗ୍ରେସରେ ସେ ନିଜକୁ ଉପେକ୍ଷିତ ମନେ କରୁଥିଲେ । ଏହି କାରଣରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ମାର୍ଚ୍ଚ ୧୧ରେ ସେ କଂଗ୍ରେସ ସଭାପତିଙ୍କୁ ଏକ ଚିଠିରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ତାଙ୍କ ଇସ୍ତଫା ଗ୍ରହଣ କରାଯାଉ ବୋଲି ଅନୁରୋଧ କରିଥିଲେ । ତେବେ ସେ କାହିଁକି ଇସ୍ତଫା ଦେଲେ ତାହାର କାରଣ ଉଲ୍ଲେଖ କରିନଥିଲେ ।