The Topmost

“The eyes believe themselves, the ears believe other people.”

ପଦ୍ମ ଛାଡ଼ିଲେ ଜଗଦୀଶ ସେଟ୍ଟର

ପୁଣି କର୍ଣ୍ଣାଟକରେ ବିଜେପି ସଙ୍କଟ । ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର । ଟିକେଟରୁ ବଞ୍ଚିତ ନେଇ କିଛି ଦିନ ଧରି ହାଇକମାଣ୍ଡଙ୍କୁ ବିରୋଧ କରିଆସୁଥିଲେ । ବିଜେପି ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି । କଂଗ୍ରେସ ସରକାର ଅମଳରେ ବିରୋଧୀ ଦଳ ନେତା ଭୂମିକା ତୁଲାଇଥିବା ସେଟ୍ଟରଙ୍କ ଲାଗି ଏବେ ଦଳୀୟ ନେତା ଚିନ୍ତାରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ଦଳର ନେତାମାନେ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେଟ୍ଟର । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ସେ ଶେଷରେ ଇସ୍ତଫା ଦେଇଛନ୍ତି । ତେବେ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।