The Topmost

“The eyes believe themselves, the ears believe other people.”

ପଦାରେ ପଡିଲା ରାଜସ୍ଥାନ କଂଗ୍ରେସର ଘରୋଇ କନ୍ଦଳ

ପଦାରେ ପଡିଲା ରାଜସ୍ଥାନ କଂଗ୍ରେସର ଘରୋଇ କନ୍ଦଳ । ନିଜ ଦଳ ବିରୋଧରେ ଧାରଣାରେ ବସିଲେ କଂଗ୍ରେସ ନେତା ସଚ୍ଚିନ ପାଇଲଟ । ରାଜସ୍ଥାନରେ ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କରିଛନ୍ତି କଂଗ୍ରେସ ନେତା ସଚ୍ଚିନ ପାଇଲଟ । ଏହାକୁ ନେଇ ଦଳ କହିଛି କି, ପାଇଲଟଙ୍କ ଏଭଳି ଆଭିମୁଖ୍ୟ ଦଳ ବିରୋଧୀ ଅଟେ । ହେଲେ ସଚ୍ଚିନ ପାଇଲଟଙ୍କ ଏଭଳି ପଦକ୍ଷେପ ରାଜସ୍ଥାନ କଂଗ୍ରେସ ପାଇଁ ଭାରି ପଡିପାରେ ବୋଲି ଆକଳନ କରାଯାଉଛି । କାରଣ ଆଗାମୀ ୮ମାସ ମଧ୍ୟରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଗୋଟିଏ ପଟେ ନିଜ ସରକାର ବିରୋଧରେ ପାଇଲଟ ଅନଶନ କରୁଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିବାରେ ବ୍ୟସ୍ତ । ଗେହଲଟ କହିଛନ୍ତି କି ୨୦୩୦ ସୁଦ୍ଧା ରାଜସ୍ଥାନକୁ ଦେଶର ନମ୍ବର ୱାନ ରାଜ୍ୟଭାବେ ପ୍ରସ୍ତୁତ କରାଯିବ ।