ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ସଞ୍ଜୟ ରାଉତ । ଏନେଇ ଆଜି ମୁମ୍ବାଇର ଏକ ଅଦାଲତ ପତ୍ରା ଚଲ୍ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦଙ୍କୁ ଅଗଷ୍ଟ ୨୨ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ ସମ୍ପୃକ୍ତ ଥିବା ମନି ଲଣ୍ଡରିଙ୍ଗ୍ ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଲକ୍ଷ୍ୟ କରି ଗତ ଗୁରୁବାର ଦିନ ଅଦାଲତ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣିକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେହି ସମୟରେ ଅଧିକ ଆର୍ଥିକ ଦୁର୍ନୀତିର ସନ୍ଧାନ ପାଇଥିବା କହି ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କ ହାଜତ ରହଣିକୁ ଆଉ ୮ ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲା । ପୂର୍ବରୁ ଧରାପଡ଼ିଥିବା ୧.୦୬ କୋଟି ଟଙ୍କାର ଆର୍ଥିକ ଦୁର୍ନୀତି ଛଡା ଆହୁରି ୧.୧୭ କୋଟି ଟଙ୍କା ଦୁର୍ନୀତିରେ ସେ ଜଡ଼ିତ ଥିବା ଜଣାପଡ଼ିଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ