ପ୍ରଳୟଙ୍କାରୀ ବାତ୍ୟା ପରେ ବନ୍ୟାର ତାଣ୍ଡବ । ବନ୍ୟା ପାଣିରେ ଉବୁଟୁବୁ ନ୍ୟୁଜିଲାଣ୍ଡ । ବାତ୍ୟାରେ ନ୍ୟୁଜିଲାଣ୍ଡର ନର୍ଦନ ଆଇଲାଣ୍ଡ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ସ୍ଥତିକୁ ଆହୁରି ସଙ୍ଗୀନ କରିଦେଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ନ୍ୟୁଜିଲାଣ୍ଡର ଅଧିକାଂଶ ପ୍ରାନ୍ତ ଛାରଖାର ହୋଇଯାଇଥିବା ବେଳେ ସରକାର ଦେଶସାରା ଏମର୍ଜେନ୍ସି ଘୋଷଣା କରିଛନ୍ତି । ବନ୍ୟା ଯୋଗୁ ପ୍ରାୟ ୧୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲକ୍ଷାଧିକ ଲୋକ ତିନି ଦିନ ଧରି ବନ୍ୟାପାଣି ଘେରରେ ରହିଛନ୍ତି । ପାଖାପାଖି ଏକ ଲକ୍ଷ ଲୋକ ବେଘର ହୋଇ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାପାଣିରେ ଲୋକଙ୍କ ଘର ଧୋଇ ଯାଇଥିବା ବଳେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି ।
More Stories
ମହିଳା କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର
କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ